ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକପେଡ ମା କେନାମ କାର୍ଯ୍ୟକ୍ରମକୁ ନେଇ ପ୍ରେସମିଟ ରେ ମତ ଦେଲେ ଜିଲ୍ଲାପାଳ
ନବରଙ୍ଗପୁର ଜିଲ୍ଲା ରେ"ଏକ୍ ପେଡ୍ ମା କେ ନାମ" ସାମୁହିକ ବୃକ୍ଷ ଚାରା ରୋପଣ ଜିଲ୍ଲାସାରା ରୋପଣ ହେବ ୨,୬୩,୨୧୦ ଚାରା ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦ୍ବାରା ଗତ ବର୍ଷ ଠୁ ଆରମ୍ଭ ହୋଇଥିବା " ଏକ ପେଡ ମା କେ ନାମ" ଅଭିଯାନର ଦ୍ଵିତୀୟ ସଂସ୍କରଣ ରେ ରାଜ୍ୟରେ ଗୋଟିଏ ଦିନରେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା କାଲି ୧୭.୯.୨୦୨୫ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଦ୍ବାରା ବିହୀତ ପଦକ୍ଷେପ ନିଆଯାଇଛି ବୋଲି ମତ ଦେଲେ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ