ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା କୁଡାଲୋଇ ବିଛୁଆପଡ଼ା ନିକଟରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଭାରୀଯାନ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହେଲେ ଜଣେ ବାଇକ ଆରୋହୀ l ଆଜି ସନ୍ଧ୍ୟା ପ୍ରାୟ ୬ ଟା ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ଲଖନପୁର ପଟୁ ଜଣେ ବାଇକ ଆରୋହୀ ଆସୁଥିବା ବେଳେ ବିଛୁଆପଡା ନିକଟରେ ଛିଡା ହୋଇଥିବା ଏହି ଭାରିଯାନ ପଛପଟେ ପିଟି ହୋଇ ତଳେ ପଡି ଯାଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟ ରେ ନିକଟସ୍ଥ ଚିକିତ୍ସାଳୟ କୁ ପଠାଇଛନ୍ତି l