ଝାରସୁଗୁଡା: ବେଲପାହାଡ ଫାଟକ ଦୁର୍ଗାପୂଜା ଓ ରାବଣ ଦହନ କମିଟି ପକ୍ଷରୁ ବେଲପାହାଡରେ ସମ୍ପୂର୍ଣ ରୀତିନୀତି ରେ କଳସ ଯାତ୍ରା ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବେଲପାହାଡ ଫାଟକ ଦୁର୍ଗାପୂଜା ଓ ରାବଣ ଦହନ କମିଟି ପକ୍ଷରୁ ବେଲପାହାଡରେ ସମ୍ପୂର୍ଣ ରୀତିନୀତି ରେ ମା ଦୁର୍ଗା ଙ୍କ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି l ଶତାଧିକ ଶ୍ରଦ୍ଧାଳୁ ଏହି କଳସ ଯାତ୍ରାରେ ସାମିଲ ହୋଇଥିବାବେଳେ ସମ୍ପୂର୍ଣ ରୀତିନୀତି ପୂଜାର୍ଚ୍ଚନା କରି କଳସ ଯାତ୍ରା କରାଯାଇଛି l ଆଜି ରବିବାର ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ପ୍ରାୟ ୮ ଟା ଯାଏଁ ଏହି କଳସ ଯାତ୍ରା ଅନୁଷ୍ଠିତ ହୋଇଛି l ଆଜି ବିଲ୍ଵ ବରଣ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ସକାଳ ୭ ଟା ରୁ ହୋମ, ଯଜ୍ଞ, ମନ୍ତ୍ର ପାଠ ସହ ମା ଙ୍କ ରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ହେବ