ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ ବନ୍ଧବାହାଲରେ ଜିତେନ୍ ସା ଙ୍କୁ ଛୁରୀ ରେ ଆକ୍ରମଣ କରିଥିବା ଅଭିଯୋଗ ରେ ଜଣେ ଗିରଫ l ଗିରଫ ଅଭିଯୁକ୍ତ ଜଣକ ବନ୍ଧବାହାଲ ଗୌରପଡା ର ମହେନ୍ଦ୍ର ନାଏକ ବୋଲି ପୋଲିସ ଆଜି ରାତି ୮ ଟା ରେ ସୂଚନା ଦେଇଛି l ସୂଚନା ଅନୁଯାୟୀ ଗତକାଲି ଜିତେନ୍ ଓ ମହେନ୍ଦ୍ର ମଧ୍ୟରେ କଥା କଟାକଟି ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ମହେନ୍ଦ୍ର ଜିତେନ୍ ଙ୍କୁ ଛୁରୀରେ ଆକ୍ରମଣ କରିଥିଲା l ଏନେଇ ଅଭିଯୋଗ ମିଳିବା ପରେ ପୋଲିସ ମହେନ୍ଦ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛି l