ଭଦ୍ରକ ଟାଉନ ଥାନା ଅଞ୍ଚଳର ଏକ ଦୁଷ୍କର୍ମ ଅଭିଯୋଗରେ ମଦାଖାଁ ଛକ ନିକଟରୁ ଅଭିଯୁକ୍ତକୁ ଉଠାଇ ନେଲା ଟାଉନ ଥାନା ପୁଲିସ। ସୂଚନା ଅନୁସାରେ ଅପର୍ତ୍ତୀବିନ୍ଧା ଗ୍ରାମର ଜିତେନ୍ଦ୍ର କୁମାର ନାୟକ (୩୬)ଙ୍କ ନାମରେ ଭଦ୍ରକ ଟାଉନ ଥାନାରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ତାଙ୍କ ମୋବାଇଲ ନମ୍ବରକୁ ଟ୍ରାକିଙ୍ଗ କରି ସେ ସୋର ପୌର ପାଳିକା ଅନ୍ତର୍ଗତ ମଦାଖାଁ ଛକ ନିକଟରେ ଥିବା ଜାଣିବାକୁ ପାଇଥିଲେ। ଫଳରେ ଭଦ୍ରକ ଟାଉନ ଥାନା ପୁଲିସ ସୋର ଥାନାରେ ପହଞ୍ଚି ସୋର ପୁଲିସ ସହାୟତାରେ ସେଠାରୁ ଥାନାକୁ ଆଣିଥିଲେ। ସେଠାରୁ ପୁଲିସ ତାକୁ ଭଦ୍ରକ ନେଇଯାଇଥିବା ଜଣାପଡିଛି।