ପଟ୍ଟାଙ୍ଗୀ: କୋଟିଆ ପଞ୍ଚାୟତ ନେରଡିବାଲସା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଆଦିବାସୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କଲା ଆନ୍ଧ୍ର। ସୂଚନା ଅନୁଯାୟୀ କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ହୋଇଥିଲା କାର୍ଯ୍ୟକ୍ରମର ଆୟୋଜନ। ଆନ୍ଧ୍ର ପ୍ରଦେଶ ପାର୍ବତୀ ପୁରମ୍ ମାନ୍ୟମ ଜିଲ୍ଲା ର ଆଈଟିଡିଏ ପି ଇ ଓ ଙ୍କ ନିର୍ଦ୍ଧେଶ ରେ ସାଲୁର ଗିରିଜନା କୋପରେଟିବ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ। ବିଭାଗୀୟ ଅଧିକାରୀ ମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଅଛନ୍ତି।