ଦେବଗଡ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଦାବିରେ ୧୭ ତାରିଖ ୧୨ ଘଂଟିଆ ଦେବଗଡ ବନ୍ଦ ଡାକରା ଦିଆଯାଇଛି । ଦେବଗଡ ଜିଲ୍ଲା ମହିଳା ଏକତା ମଂଚ ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ପ୍ରଭାବରେ ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ରାସ୍ତା ଘାଟ ବନ୍ଦ ରହିବ । ବିଶେଷ କରି ଦେବଗଡ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ ସହିତ ଚକା ଜାମ୍ କରାଯିବ ବୋଲି ସୂଚନା ଦିଆଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଉକ୍ତ ବନ୍ଦ ପାଳନ କରାଯିବ ।