ଆଜି ମାର୍ଚ୍ଚ 15 ରବିବାର ସନ୍ଧ୍ୟା 5:30 ରେ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ଦଧି ଭାଣ୍ଡ ଭଙ୍ଗା ଯାଇଛି। ତିନି ଦିନ ଧରି ଫଗୁଆ ପଡ଼ାରେ ହରି ନାମ, ହରି ସଙ୍କୀର୍ତ୍ତନରେ ସ୍ୱର ଶୁଭୁଥିଲା । ସାରା ଅଞ୍ଚଳ ମହା ମନ୍ତ୍ର ଧ୍ୱନୀରେ ଆଚ୍ଛାଦିତ ହେଉଥିଲା। ଏହି ପବନ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଫଗୁଆ ପଡ଼ା ଶ୍ରୀ ଶ୍ରୀ ରାଧା କୃଷ୍ଣାୟ କମିଟି। କମିଟିର ନିଷ୍ପତ୍ତି ଓ ଅନୁରୋଧ କ୍ରମେ ଏହି ଅଖଣ୍ଡ ଅଷ୍ଟ ପ୍ରହର କର୍ତ୍ତା ଓ କର୍ତ୍ରୀର ଦାୟିତ୍ଵ ନିଭାଇ ଥିଲେ ଶ୍ରୀକାନ୍ତ ପଟେଲ ଓ ତାଙ୍କ ସହ ଧର୍ମିଣୀ ପଦ୍ମିନୀ ପଟେଲ। ତେବେ ଏହି ପବିତ୍ର ହରିନାମ ସଙ୍କୀର୍ତ୍ତନ ଆଜି ସମାପ୍ତ ହୋଇଛି