ଅତାବିରା: ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ମେଳା
ଆଜି ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ରବିନାରାୟଣ ମିଶ୍ରକଂ ନେତୃତ୍ବରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ମେଳାରେ ରକ୍ତ ଚାପ ମାପ,ରକ୍ତ ଶର୍କରା,ହିମୋଗ୍ଲୋବିନ,ସିକିଲସେଲ ପରୀକ୍ଷା,ଆଖିଁ ପରୀକ୍ଷା, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ,ମାଗଣା ଔଷଧ ପ୍ରଦାନ ସହ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା