ଦେବଗଡ ଫରେଷ୍ଟ ସେକ୍ସନ ସୁଗୁଡା ବିଟ୍ ଅନ୍ତର୍ଗତ ବୁଢିବିଲ ଅଂଚଳରେ ଗୁରୁବାର ରାତି ହାତୀ ଉପଦ୍ରବ ଦେଖାଦେଇଛି । ଏନେଇ ରାତି ୧୧ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି । ବିବିଓ -୧ ନାମରେ ନାମିତ ଦନ୍ତାହାତୀ ରାତି ପ୍ରାୟ ୮ ଟାରେ ଜଙ୍ଗଲରୁ ବାହାରି ଆସି ବୁଢିବିଲ ଗ୍ରାମରେ ଉପଦ୍ରବ କରିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବନବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ନାକେଦମ ହେବାକୁ ପଡିି । ଦୀର୍ଘ ସମୟ ପରେ ମଧ୍ୟ ହାତୀକୁ ଘଉଡାଇ ପାରିନଥିବା ବେଳେ ଉକ୍ତ ଅଂଚଳରେ ବିବିଓ-୧ ଦନ୍ତାହାତୀ ଉପଦ୍ରବ କରୁଥିବା ଜଣାପଡିଛି ।