ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁନାପଲ୍ଲୀ ଗ୍ରାମ ନିକଟ ଋଷିକୂଲ୍ୟା ନଦୀ ରୁ ଜଣେ ଚାଷୀର ମୃତ ଦେହ ଉଧାର ହୋଇଛି l ମୃତ ଚାଷୀ କୁସୁରାବ ଗ୍ରାମର ୫୦ ବର୍ଷୀୟ ପହଲୀ ସାହୁ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ତିନି ଦିନ ତଳେ ସେ ଚାଷଜମିକୁ ଧାନ କାଟିବାକୁ ଯାଇ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି କରିଥିବା ବେଳେ ଆଜି ତାଙ୍କର ମୃତ ଦେହ ଋଷିକୂଲ୍ୟା ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା l ଖବରପାଇ ଅଗ୍ନିଶ୍ରମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠା ଯାଇଛି l