ଢେଙ୍କାନାଳ ସଦର: ୭୩ ବର୍ଷରେ ସରାକପାଟଣା ମା ଶ୍ୟାମାକାଳୀଙ୍କ ପୂଜା ଧୁମ ଧାମରେ ଚାଲିଛି
ଢେ଼ଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ପଞ୍ଚାୟତ ସରାକପାଟଣା କାଳୀମାତା ବଜାରରେ ୭୩ ବର୍ଷରେ ମା ଶ୍ୟାମାକାଳୀଙ୍କ ପୂଜା ପଦାର୍ପଣ କରିଛି । ମାଙ୍କର ଏହି ପୂଜା ବେଶ୍ ଯାକଜମକରେ ହୋଇଛି ।ଏହି ଅବସରରେ ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ ଯୋଗଦେଇ ମା ଶ୍ୟାମାକାଳୀଙ୍କର ପୂଜା ପ୍ରଥମେ ତାଙ୍କ ବାପା ଆରମ୍ଭ କରିଥିବା ସେ ପ୍ରକାଶ କରିଛନ୍ତି । ଏହି ପୂଜା ୭ ଦିନ ଧରି ଚାଲିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ନପ୍ରସାଦ ବିତରଣର କାର୍ଯ୍ୟକ୍ରମ କରାଯାଉଛି । ଚଳିତ ବର୍ଷ ମା ଶ୍ୟାମା କାଳୀପୂଜା ୭୩ ବର୍ଷରେ ପଦାର୍ପଣ କରିଛି । ମା’ଙ୍କ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ଶ