ଗୁରୁବାର ଅପରାହ୍ନ 3 ଘଣ୍ଟା ସମୟରେ ବରଗଡ ୱା.ନ ୨ ତଳିପଡ଼ା ସ୍ଥିତ ସରକାରୀ ସମଲେଶ୍ବରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍କୁଲ ପୋଷାକ ବିତରଣ ଉତ୍ସବରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପୋଷାକ ବିତରଣ କରିଥିଲେ ଏବଂ ତାଙ୍କ ଉଦବୋଧନରେ ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ନିଜ ପୋଷାକ ଓ ସ୍ଵାସ୍ଥ୍ୟ କୁ ଯତ୍ନ ନେବା ପାଇଁ ପରାମର୍ଶ ଦେଇ ଥିଲେ ।