ମହାନଗର ନିଗମ ଅନ୍ତର୍ଗତ ସାମ୍ବାଦିକ ଭବନଠାରେ ସିଦ୍ଧେଶ୍ୱରୀ ଧର୍ମ ସଂସଦର ଶାଖା ଅନୁଷ୍ଠାନ ଗୀତାଞ୍ଜଳି ଷଡଙ୍ଗୀ ସ୍ମୃତି ସମିତି ପକ୍ଷରୁ ଏକ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଥିଲା । ସିଦ୍ଧେଶ୍ଵରୀ ଧର୍ମ ସଂସଦର ସଭାପତି ଗୋପୀନାଥ ଷଡଙ୍ଗୀ, ବିଶିଷ୍ଟ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର, ସ୍ଵୀକାର ପତ୍ରିକାର ସଂପାଦକ ହେମନ୍ତ କୁମାର ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କବି ଗୋପୀନାଥ ଷଡଙ୍ଗୀଙ୍କ ରଚିତ ସମ୍ବଲପୁରୀ କବିତା ପୁସ୍ତକ "କବିତା ଗୁଚ୍ଛ" ଉନ୍ମୋଚିତ ହୋଇଥିଲା । ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଗଲା। ଅନୁଷ୍ଠାନର ସର୍ବ