ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଠାରେ ଥିବା ଏକ ରେଷ୍ଟୁରାନ୍ଟର ମାଲିକଙ୍କୁ ଠକିବା ଅଭିଯୋଗରେ 3 ହୋଟେଲ କର୍ମଚାରୀ ଗିରଫ l ଗିରଫ ଅଭିଯୁକ୍ତ ମାନେ ହେଲେ ଗୌରହରୀ ସାହୁ, ଶିବାନନ୍ଦ ଦାସ ଓ ଆଲୋକ ନାଏକ l ଏହି କର୍ମଚାରୀ ମାନେ ଗ୍ରାହକ ମାନେ ପଇଠ କରୁଥିବା ଟଙ୍କା ଗୁଡିକୁ ନିଜ ୟୁପିଆଇ ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉନ୍ଟକୁ ନେଉଥିଲେ ଏବଂ ପରବର୍ତ୍ତୀ ସମୟରେ ମାଲିକଙ୍କୁ ଗ୍ରାହକ ମାନଙ୍କୁ ରିହାତି ଦିଆଯାଇଛି ବୋଲି ଦେଖାଇ ଅଳ୍ପ କିଛି ଟଙ୍କା ରେଷ୍ଟୁରାନ୍ଟର ଆକାଉନ୍ଟକୁ ପଠାଇ ଦେଇ ବାକି ଟଙ୍କା ଗୁଡିକୁ ନିଜେ ଆତ୍ମସାତ କରୁଥିଲେ । ଏ ସମ୍ପର୍କରେ ରେଷ୍ଟୁରାନ୍ଟ ମାଲିକଙ୍କୁ ସନ୍ଦେହ ହ