ମାଲକାନଗିରି: ଜିଲ୍ଲାପାଳ କୋରକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଭିନ୍ନ ସମୀକ୍ଷା ସହ ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କୋରକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି। ଏହା ସହ ବିଦ୍ୟାଳୟରେ ପାଠ ପଢା କିପରି ଚାଲିଛି ପଚାରିବା ସହ ବିଦ୍ୟାଳୟ ଭିତ୍ତିଭୂମି ବୁଲି ଦେଖିଥିଲେ ଜିଲ୍ଲାପାଳ। ତତ୍ ସହିତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି ।