ଢେଙ୍କାନାଳ ସଦର: କାକୁଡିଭାଗ ଗ୍ରାମରେ ସରକାରୀ ଜମି ବିବାଦକୁ ନେଇ ଆର.ଆଇ,ଅମିନ ଏବଂ ପୋଲିସ ପହଞ୍ଚି ମାପଚୁପ ହୋଇ ସମାଧାନ
ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର କାକୁଡିଭାଗ ଗ୍ରାମ ଯାତ୍ରାପଡିଆ ପାଖରେ ଥିବା ସରକାରୀ ଗୋଚର ଜମିକୁ ନେଇ ଗ୍ରାମର ଜୈନିକ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଏହି ଜମିକୁ ନେଇ ଗତ କିଛିଦିନ ହେବ ଜୈନିକ ବ୍ୟକ୍ତି ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦକୁ ଦେଖା ଦେଇଥିଲା । ଏହାକୁ ନେଇ କଥା ଫାଣ୍ଡିକୁ ଯିବା ସହିତ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ପୂର୍ବରୁ ପୋଲିସ ମଧ୍ୟ ଗ୍ରାମରେ ପହଞ୍ଚି ତଦନ୍ତ କରିବା ପରେ ଏବଂ ଆଜି ବୁଧବାରେ କାକୁଡିଭାଗ ଗ୍ରାମରେ ସରକାରୀ ଜମି ବିବାଦକୁ ନେଇ ଆର.ଆଇ,ଅମିନ ଏବଂ ପୋଲିସ ପହଞ୍ଚି ମାପଚୁପ କରି ଏହାର ସମାଧ