ନଭେମ୍ବର ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ D.I.G. ବ୍ରିଜେଶ କୁମାର ରାୟ, IPS ଯୋଗ ଦେଵା ସହ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଵା ସହ ଅଭିଭାଷଣରେ କହିଲେ, ସେଣ୍ଟପଲସ ବିଦ୍ୟାଳୟର ଶିକ୍ଷା ନୀତି, ଶୃଙ୍ଖଳା ଓ ସଫଳତାର ଭୁୟସୀ ପ୍ରଶଂସା କରି କହିଲେ, ଛାତ୍ର ଛାତ୍ରୀମାନେ କଠିନ ପରିଶ୍ରମ ଓ ସାଧନା କରି ଭବିଷ୍ୟତ ଲକ୍ଷ୍ୟକୁ ପୂରଣ କରିପାରିବେ, ଚଳିତ ବର୍ଷ ବାର୍ଷିକ ଉତ୍ସବର ମୁଖ୍ୟ ପ୍ରସଙ୍ଗ ଥିଲା " ଆଜି ମଞ୍ଜି ରୋପଣ କାଲି ଜୀବନ ଧାରଣ "