ଧର୍ମଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସାଧିନ ଅବସ୍ଥାରେ ବିଷ ଖାଇଥିବା ବଙ୍କିପଲାର ବିବାହିତ ଯୁବକଙ୍କ ମୃତ୍ୟୁ
ବଙ୍କାପଲା ଠାରେ ବିଷ ଖାଇ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବ୍ୟବଚ୍ଛେଦ କରାଯିବା ପରେ ବୁଧବାର ଅପରାହ୍ନରେ ହାତୀ ନଦୀ କୂଳ ଗାଁ ଶ୍ମଶାନରେ ଦାହ ସଂସ୍କାର କରାଯାଇଛି। ଗତକାଲି କୌଣସି କାରଣରୁ ବଙ୍କାପଲା ଗ୍ରାମର ଅରବିନ୍ଦ ବାଗ ନାମକ ଜନୈକ ଯୁବକ ବିଷ ଖାଇ ଥିଲା। ସେ ଗୁରୁତର ହେବାରୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।