ଗତ ୨୯ ତାରିଖରୁ ୪ ଦିନ ବ୍ୟାପି ଚାଲିଥିବା ୨୪ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଗୁରୁବାର ୧ ତାରିଖରେ ଉଦଯାପିତ ହୋଇଯାଇଛି । ଗାୟତ୍ରୀ ଶକ୍ତିପୀଠର ୪୪ତମ ବାର୍ଷିକ ଉତ୍ସବ ଏହି ଅବସରରେ ପାଳିତ ହୋଇଥିଲା । ସ୍ଥାନୀୟ କମଳି ବଜାର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଆୟୋଜିତ ହୋଇଥିବା ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞକୁ ଶାନ୍ତିକୁଞ୍ଜ, ହରିଦ୍ୱାରରୁ ଆସିଥିବା ୫ ଜଣିଆ ଟୋଲି ଯଥା ସନ୍ଦିପ ପାଣ୍ଡେ, ବନୱାରୀ ଲାଲ ସୈନି, ସୋମାର ନାଗେଶ, ନୀରଜ କୁମାର ଓ ମନୀଷ କୁମାର ପରିଚାଳନା କରିଥିଲେ । ଅଖଣ୍ଡ ଜ୍ୟୋତି ଦୀପକୁ ୧୦୦ ବର୍ଷର ପୁର୍ତ୍ତି ଓ ମାତା ଭଗବତୀ ଦେବୀଙ୍କ ଜନ୍ମ ଶତାବ୍ଦୀ ବର୍ଷ ଉପଲକ୍ଷେ ଆୟୋଜିତ ଏହି