ଦେବଗଡ: ବାରକୋଟର ତଳ ଏବଂ ଉପର ମୁଣ୍ଡ ବ୍ରାହ୍ମଣୀ ନଦୀ ଉପରେ ୨ ଟି ପୋଲ ନିର୍ମାଣ ପାଇଁ ବିଧାନସଭାରେ ଦାବି ଉପସ୍ଥାପନ କଲେ ବିଧାୟକ
ବାରକୋଟ ଠାରୁ ତଳ ଏବଂ ଉପର ମୁଣ୍ଡ ବ୍ରାହ୍ମଣୀ ନଦୀ ଉପରେ ୨ ଟି ପୋଲ ନିର୍ମାଣ ପାଇଁ ବିଧାନସଭାରେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଆଜି ଦାବି ଉପସ୍ଥାପନ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ଆଜି ସନ୍ଧ୍ୟା ୬ ଟାରେ ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପଡୋଶି ଜିଲ୍ଲାରେ ମାତ୍ର ୨୭ କିମି ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଥିବା ବେଳେ ୫ ଟି ପୋଲ ନିର୍ମାଣ ହୋଇଛି । କିନ୍ତୁ ଦେବଗଡ ଜିଲ୍ଲାରେ ପ୍ରାୟ ୪୫ କିମି ନଦୀ ପ୍ରବାହିତ ହେଉଥିବା ବେଳେ ମାତ୍ର ଗୋଟିଏ ପୋଲ ନିର୍ମାଣ ହୋଇଥିବାରୁ ଆଉ ୩ ଟି ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।