ଏବେ ସବାଡ ହେବେ ଗଂଜେଇ ମାଫିଆ । କାରଣ ଗଂଜେଇ କାରବାରରେ ଧରାପଡିଲେ ଆଉ ଏବେ ଖାଲି ଜେଲଦଣ୍ଡ ନୁହେଁ ବରଂ ଜବତ ହେବ ବେଆଇନ ଅର୍ଜିତ ସମ୍ପତି । ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଏବେ ଏଭଳି କିଛି ପଦକ୍ଷେପ ନିଆଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସକିଛି ମାସ ତଳେ ଗଂଜେଇ ଚୋରାଚାଲାଣ ମାମଲା ରେ ଜେଲ ଯାଇଥିବା ଶଗଡା ଅଞ୍ଚଳର ସୁବ୍ରତ କର୍ମୀ I ଏବେ ଘରକୁ ଯାଇ ସମ୍ପତି ସିଜ କରିବା ପାଇଁ ଯାଞ୍ଜ ଆରମ୍ଭ କରିଛି ପୋଲିସ । ବୌଦ୍ଧ ଏସଡିପିଓ ଲରେନ ରାଉତରାଏଙ୍କ ତତ୍ୱାବଧାନରେ ତହସିଲ ଏବଂ ମନମୁଣ୍ଡା ପୋଲିସର ଏକ ସ୍ୱତନ୍ତ୍ର ଟିମ ମାଫିଆଙ୍କ ପୁରମୁଣ୍ଡା ସ୍ଥିତ ବାସଭବନ ଉପରେ ଚଢାଉ କରି ସମ୍ପତ