ତିଲେଇବଣି ବ୍ଲକ କଳାମାଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷୀକ କ୍ରୀଡା ଉତ୍ସବ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ତିଲେଇବଣି ବ୍ଲକ ଉପାଧ୍ୟକ୍ଷା ଆରତୀ ପ୍ରଧାନ, ମୂଖ୍ୟ ବକ୍ତା ଭାବେ ସମ୍ବଲପୁର ଲୋକସଭା ସଦସ୍ୟଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଟଙ୍କଧର ସ୍ୱାଇଁ ଓ ସୁନାମୁଣ୍ଡା କ୍ଲଷ୍ଟର ସିଆରସିସି ଉଦୟନାଥ ପ୍ରଧାନ ଯୋଗଦେଇ ଥିଲେ।