ସମ୍ବଲପୁର ମ୍ୟୁନିସିପାଲଟି: ଖଡିଆପଡା ଗ୍ରାମର ଦୁଇ ସପ୍ତାହ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା ସମାଧାନ ନେଇ ବିଭାଗ ପକ୍ଷରୁ ସୂଚନା
ରେଙ୍ଗାଲି ବ୍ଳକର କାଟରବାଗା ପଞ୍ଚାୟତର ପାରାଦେଶି ପାଲି ଗ୍ରାମରେ ଗତ ଦୁଇ ସପ୍ତାହ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା ସମାଧାନ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନ ୪ଟା ସମୟରେ ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଗତ ଦୁଇ ସପ୍ତାହ ଧରି ଅଞ୍ଚଳରେ ଟ୍ୟୁବଲ ଖରାପ ହେବା ଯୋଗୁଁ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା। ଅଭିଯୋଗ ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦେଶନାରେ ତୁରନ୍ତ ବିଭାଗୀୟ ଅଧିକାରୀ ଟ୍ୟୁବଲ ମରାମତି କରିଥିବା ଜଣାପଡିଛି।