ବଡଚଣା: କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ୨୦ରୁ ଉର୍ଦ୍ଧ୍ଵ ଜଣ ଛାତ୍ର ଓ ଛାତ୍ରୀ #jansamasya
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର | ପିଲାମାନଙ୍କ ପାଇଁ ନାହିଁ ମଧ୍ୟାହ୍ନ ଭୋଜନ | କେଉଁଦିନ ବିସ୍କୁଟ ତ ପୁଣି କେଉଁଦିନ ଓପାସ ରହି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ | ଆଜି ଖାଦ୍ୟ କମଥିବାରୁ ଓପାସରେ ଫେରିଛନ୍ତି 20ରୁ ଉର୍ଦ୍ଧ ଛାତ୍ରଛାତ୍ରୀ | ଏଭଳି ଘଟଣା ଦେଖିବାକୁ ମିଳିଛି ବୁଧବାର 4ଟା ସମୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଟିଣା ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ର ସରକାରୀ ବିଦ୍ୟାଳୟରେ | ଅଭିଯୋଗ ଅନୁଯାୟୀ ବିଗତ କିଛିଦିନ ହେବ ବିଦ୍ୟାଳୟରେ ପିଲାମାନଙ୍କୁ ଠିକ ଭାବରେ ମଧ୍ୟାହ୍ନ ଭୋଜନ ମିଳୁନଥିବା ଅଭିଯୋଗ ହୋଇଆସୁଥିବା ବେଳେ ଆଜି ଖାଦ୍ୟ ରନ୍ଧା ହୋଇଥିଲେ ସୁଦ୍ଧା ଅଧାରୁ ଖାଦ୍ୟ ସ