ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ଗୁଦାମଗୁଡ଼ା ପଡ଼ିଆ ଠାରେ ସୋଲବଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୂରୁଆ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ BGD କଲେଜ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଯୋଗ ଦେଇ ଶିକ୍ଷା ସହ ଖେଳକୁଦ ର ମହତ୍ତ୍ଵ ନେଇ ମତ ବ୍ୟକ୍ତ କରିଥିଲେ।