ଭୋଗରାଇ: ହୁଗୁଳି ସ୍ଥିତ ଚନ୍ଦନେଶ୍ୱର ମନ୍ଦିର ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ପାଞ୍ଚ ଦିନ ପଞ୍ଚୁକରୁ ଆରମ୍ଭ ହେଲା ମୁକୁଟ ବିବାଦ । ଥାନାରେ ଅଭିଯୋଗ ପରେ ଦାତାଙ୍କୁ ସେବାୟତ ଫେରାଇଲେ ତିନି ଠାକୁରଙ୍କ ମୁକୁଟ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ମନ୍ଦିର ପରିସରରେ ରହିଛି ବହୁ ପୁରାତନ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ପ୍ରଭୁଙ୍କୁ କିଛି ବର୍ଷ ପୂର୍ବେ ପ୍ରାୟ ୩ କିଲୋ ଓଜନର ରୁପା ମୁକୁଟ ଦାନ ଦେଇଥିଲେ । କିନ୍ତୁ ପ୍ରଭୁଙ୍କ ନୀତିକାନ୍ତି ଅନୁସାରେ ମୁକୁଟ ପ୍ରଭୁଙ୍କୁ ଅର୍ପଣ କରାଯାଏ ।