ଝାରସୁଗୁଡା: ଗୋବିନ୍ଦପୁର ଗସ୍ତ କଲେ ପଂଚାୟତି ରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଗୋବିନ୍ଦପୁର ଗସ୍ତ କଲେ ପଂଚାୟତି ରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ l ଆଜି ରବିବାର ଅପରାହ୍ନ ୫ ଟା ରେ ଗୋବିନ୍ଦପୁର ପହଞ୍ଚି ସେଠାରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଲଖନପୁରରେ ଆବଶ୍ୟକ ନୂତନ ପଂଚାୟତ ଏବଂ ବ୍ଲକ ଗଠନ କରିବା ଦିଗରେ ପଦକ୍ଷେପ ନେବାକୁ ଲୋକମାନେ ପଂଚାୟତି ରାଜ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ଏହାପରେ ପଂଚାୟତିରାଜ ମନ୍ତ୍ରି ରବିନାରାୟଣ ନାଏକ ଗୋଶାଳା ପହଂଚି ଗାଈ ଗୋରୁଙ୍କୁ ଚାରା ମଧ୍ୟ ବଣ୍ଟନ ମଧ୍ୟ କରିଥିଲେ l