ଜମନକିରା: ଡେନସର୍ଗୀ ମନ୍ଦିର ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ
ଜମନକିରା ବ୍ଲକ ମୁଢ଼େନପାଲି ପଞ୍ଚାୟତ କାଣୀବନ୍ଧଲି ଗ୍ରାମର ସୁରଥ ମାଝୀ ବୁଧବାର ଦିନ ଏକ ବାଇକ୍ ଯୋଗେ ଡ଼ିମିରିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛେପରାବେଡ଼ା ଗ୍ରାମ ସ୍ଥିତ ନିଜ ଶଶୁର ଘରକୁ ଯାଉଥିବା ସମୟରେ ଡେନସର୍ଗୀ ମନ୍ଦିର ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ସେ ଦୁର୍ଘଟଣାଗସ୍ତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଜମନକିରା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅପରାହ୍ନ ୪ ଟା ସମୟରେ ତାଙ୍କୁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି। ସୁରଥ ଙ୍କ ମୁଣ୍ଡ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି।