ଅତାବିରା: ଗୋଡଭଗା କେମ୍ପରେ ଗୋଡଭଗା-ତୁରୁମ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ
ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନସ୍ଥ ଗୋଡଭଗାରୁ ତୁରୁମ ପର୍ଯ୍ୟନ୍ତ ୨୦ କିମି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ ନିମନ୍ତେ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଗୋଡଭଗା କେମ୍ପ୍ଠାରେ ଅନୁଷ୍ଠିତ ହୋଇଥିଲା। ଅତାବିରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ନିହାର ମହାନନ୍ଦ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଜନସାଧାରଣ, ଦୂର୍ଗାପୂଜା କମିଟିର କୁଳମଣି ପ୍ରଧାନ, ରାମକୃଷ୍ଣ ଅଗ୍ରୱାଲ, ଯୋଗଦେଇଥିଲେ