ଦେବଗଡ ଜିଲ୍ଲା ରେଙ୍ଗାଲବାହାଳ ଗ୍ରାମରେ ବିଷ ଖାଇ ଜନୈକ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ସେହି ଗ୍ରାମର ସୁଦର୍ଶନ କିସାନ ବୋଲି ଜଣାପଡିଛି । କୌଣସି କାରଣରୁ ସୁଦର୍ଶନ ଘରେ ଥିବା ଘାସ ମରା ଔଷଧ ଖାଇ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ତୁରନ୍ତ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ରାତି ପ୍ରାୟ ୯ ଟାରେ ଭର୍ତି କରିଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।