କେନ୍ଦୁଝରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଶୁଆକାଟୀ ସେକ୍ସନ୍ କସଡ଼ା ଗାଁ ନିକଟରେ ଏକ ୮ ରୁ ୧୦ବର୍ଷ ବୟସର ମାଈ ହାତୀର ମୃତ୍ୟୁ ଘଟିଛି । ଏଠାରେ ୪୦ଟିକିଆ ହାତୀପଲଙ୍କ ସହିତ, ଏହି ହାତୀ ଚଳପ୍ରଚଳ କରୁଥିଲା । କେଉଁ ପରିସ୍ଥିତିରେ ଏହି କମ୍ ବୟସର ହାତୀର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ l ମୃତହାତୀର ଶରୀରରେ କୌଣସି କ୍ଷତଚିହ୍ନ ଦେଖାଯାଇ ନାହିଁ। ଏଥିସହିତ, ଘଟଣାସ୍ଥଳର ୧କିଲେମିଟର ପରିଧିରେ କୌଣସି ବିଦ୍ୟୁତ୍ ତାର କିମ୍ବା ଖୁଣ୍ଟ ନାହିଁ l ମୃତ ହାତୀର ପାଟି ଏବଂ ଜିଭ ଗାଢ଼ ନୀଳ ପଡ଼ିଯାଇଥିବାରୁ ଏହା EEHV ଭାଇରସ୍ ଜନିତ ରୋଗ ବୋଲି ଅନୁମାନ ।