ଖଜୁରୀପଡା: ଖଜୁରୀପଡା ଜନ ସେବା କେନ୍ଦ୍ରରେ ଆଧାର ସଂଶୋଧନ ପାଇଁ ଲମ୍ବା ଧାଡ଼ି ଲାଗିଛି
ଆଜି ତାରିଖ 4/9/2024 ସମୟ ଦିନ ବାରଟା ବେଳେ ଖଜୁରୀପଡା ସ୍ଥିତ ଜନସେବା କେନ୍ଦ୍ର ତଥା ମୋ ସେବା କେନ୍ଦ୍ରରେ ମହିଳା ମାନଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି। ସୁଭଦ୍ରା ଯୋଜନା ରେ ନିଜକୁ ସାମିଲ କରିବାକୁ ହେଲେ ଆବଶ୍ୟକ ହେଉଛି ଆଧାର ସହିତ ମୋବାଇଲ ସଂଯୋଗୀ କରଣ ଏବଂ ଵୟୋମେଟ୍ରିକ ସଂଶୋଧନ। ତେଣୁ ମହିଳା ମାନେ ଖରା ହେଉ କି ବର୍ଷା ଜନ ସେବା କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡ଼ି ଲମ୍ବେଇଥିବା ଦେଖିବାକୁ ମିଳିଛି।