ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନୀଆ ଗାନ୍ଧୀ ଓ ନେତା ରାହୁଳ ଗାନ୍ଧୀଙ୍କ ନାମରେ ନ୍ୟାସନାଲ ହେରାଲ୍ଡ ମିଥ୍ୟା ମାମଲାରେ ମୋଦୀ ସରକାର ଫସାଇ ଦୀର୍ଘ ଏକ ଦଶନ୍ଧି ଧରି ଅଯଥା ବଦନାମ କରିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ଆଜି ହୋଇ ଯାଇଛି। ଜିଲ୍ଲା କଂଗେସ ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱ ରେ ଅନୁଷ୍ଟିତ ମଶାଲ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଷ୍ଟାଚ୍ୟୁ ପର୍ୟ୍ୟନ୍ତ ହୋଇଥିଲା।