ଦେବଗଡ: ପୁରୁଣାପାଣି ଗ୍ରାମରେ ବାର୍ହା ଆକ୍ରମଣରେ ମହିଳା ଗୁରୁତର
ଜଙ୍ଗଲୀ ବାର୍ହା ଆକ୍ରମଣରେ ଜଣେ ମହିଳା ଗୁରୁତର । ଦେବଗଡ ବନଖଣ୍ଡ ଅନ୍ତର୍ଗତ ବାରକୋଟ ବନାଂଚଳ ରାଇତାବାହାଳ ଗ୍ରାମପଂଚାୟତ ପୁରୁଣାପାଣି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ ଟାରେ କୁବେର ସାହୁଙ୍କ ସ୍ତ୍ରୀ ତୁଳା ସାହୁ (୫୮) ଘର ବାରିପଟେ କାମ କରୁଥିଲେ । ହଠାତ ନିକଟ ଜଙ୍ଗଲରୁ ଏକ ବାର୍ହା ଦୌଡି ଆସି ତାଙ୍କ ପଛପଟୁ ଆକ୍ରମଣ କରିଥିଲା । ତୁଳାଙ୍କ ଚିତ୍କାର ଶୁଣି ପରିବାର ଏବଂ ଗାଁର ଲୋକ ଦୌଡି ଆସିବାରୁ ବାର୍ହାଟି ସେଠାରୁ ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ତୁଳାଙ୍କୁ ପରିବାର ଲୋକ ଉଦ୍ଧାର କରିଥିଲେ ।