ବୁର୍ଲା ପୋଲିସ ଏକ ବଡ଼ ଧରଣର ଚୋରି ରାକେଟ ର ପର୍ଦାଫାସ କରିବାରେ ସଫଳ ହୋଇଛି l ଗତ ଜାନୁଆରୀ 11 ତାରିଖରେ ଦେଙ୍କନାଳ ରୁଙ୍ଗଟା ମାଇନ୍ସ ଲିମିଟେଡ଼ ରୁ ଛତିଶଗଡ ନମ୍ବର CG-04M-9588 ଏକ ଟ୍ରକ 27 ଟି ତାର ବଣ୍ଡଲ ନେଇ ରାୟପୁର ର ଶ୍ରୀରାମ ଷ୍ଟିଲକୁ ଦେବା ପାଈଁ ବାହାରିଥିଲା l ହେଲେ 16 ଜାନୁଆରୀ ପର୍ଯ୍ୟନ୍ତ ଟ୍ରକ ଟି ଗନ୍ତବ୍ୟ ସ୍ଥଳକୁ ପହଞ୍ଚିନଥିଲା l ତେବେ ଡ୍ରାଇଭର ର ଫନ ଟି ସମ୍ବଲପୁର ଗୋଶାଲା ନିକଟରେ ବନ୍ଦ ହୋଇଯାଇଥିଲା l ଟ୍ରାନ୍ସପୋର୍ଟ ମାଲିକ ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ କରିଥିଲା l ବୁର୍ଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା l ମୋବାଇଲ ଟ୍ରାକିଙ୍ଗ ସମୟରେ