ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ ମୃତ ଏବଂ ଜଣେ ଆହତ ହୋଇଥିଲେ। ଲାଞ୍ଜିଗଡ ବେଦାନ୍ତ କାରଖାନାର ସହଯୋଗୀ କମ୍ପାନୀ ଓଏସଏଲ କମ୍ପାନୀରେ କାମ କରୁଥିଲେ । ଖବର ନୁସାରେ ଦୁଇଜଣ କୌଣସି କାମରେ ବାହାରକୁ ଯାଇ ଲାଞ୍ଜିଗଡ ଫେରୁଥିବାବେଳେ ଆଶ୍ରମପଡା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ଲାଞ୍ଜିଗଡ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ସୁଚନା।