ଝାରସୁଗୁଡା ଜିଲ୍ଲା ଗସ୍ତ କଲେ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ପୃଥିବିରାଜ ହରିଚନ୍ଦନ ମହୋଦୟ l ଆଇନ ମନ୍ତ୍ରୀ ଝାରସୁଗୁଡା ଗସ୍ତ ରେ ଆସିଥିବା ବେଳେ ଆଜି ସନ୍ଧ୍ୟା ୭ ଟା ରେ ଝାରସୁଗୁଡା ର ଆରାଧ୍ୟ ଦେବତା ବାବା ଝଡ଼େଶ୍ୱର ଙ୍କ ମନ୍ଦିର ଯାଇ ଝଡ଼େଶ୍ୱର ବାବା ଙ୍କୁ ଦର୍ଶନ କରିଛନ୍ତି l ସେଠାରେ ପୂଜାର୍ଚନା କରିବାସହ ଗାଈ ଗୋରୁ ଙ୍କୁ ଫଳ ଖୁଆଇଛନ୍ତି ଏବଂ ମନ୍ଦିର କମିଟି ଏବଂ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି l ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ l