ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଗଣ୍ଡଗୋଳ ଓ ମାରପିଟ, ପୋଲିସର ତଦନ୍ତ ଜାରି
ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଗଣ୍ଡଗୋଳ ଓ ମାରପିଟ, ପୋଲିସର ତଦନ୍ତ ଜାରି | ରାଗିଂ ପାଇଁ ହୋଇଛି ମାରପିଟ | ଜୁନିୟରଙ୍କୁ ମାଡ଼ ମାରିଛନ୍ତି ସିନିୟର ଛାତ୍ର । ରାଗିଂ କରୁଥିବା ବେଳେ ଜୁନିୟର ବିରୋଧ କରିବାରୁ ଏଭଳି ହୋଇଥିବା ସୂଚନା ମିଳିଛି । ଆଜି 3.43ରେ ଉତ୍କଳ ବିଶ୍ଵବିଦ୍ୟାଳୟର ଲ' କଲେଜ ରେ ହୋଇଛି ଏହି ଗଣ୍ଡଗୋଳ । 'ସରି' କହିବାକୁ ନେଇ ଗଣ୍ଡଗୋଳ । ଉତ୍କଳ ୟୁନିଭରସିଟି ଏଲ ଏଲ ବି ତୃତୀୟ ବର୍ଷର ଛାତ୍ର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ସତ୍ୟମେବ ସାହୁ ଓ ପ୍ରତ୍ୟୁଷ ଅମ୍ରିତ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଏଲ ଏଲ ବି ଦ୍ଵିତୀୟ ବର୍ଷର ଛାତ୍ର ।