ନଭେମ୍ବର ୨୬ ବୁଧବାର ୭୬ତମ ସମ୍ବିଧାନ ଦିବସ। ମହାସମାରୋହରେ ଓଡ଼ିଶା ତଫସିଲଭୁକ୍ତ ଜାତି ସଂଘ କଲମପୁର ଶାଖା ପକ୍ଷରୁ ବଙ୍କାପଲା ଧାନ ମଣ୍ଡି ଠାରେ ପାଳନ କରାଯାଇଛି। ପ୍ରଥମେ କଲମପୁର ମୁଖ୍ୟ ବଜାର ଠାରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ବଙ୍କାପଲା ଧାନ ମଣ୍ଡି ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ।