ମାଲକାନଗିରି: ମାଲକାନଗିରିରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ
ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ସମାରୋହ ମାଲକାନଗିରିରେ ପାଳିତ ହୋଇଯାଇଛି । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ, ହରିଶ ରୁପଲ, ଡିଆଇପିଆରଓ ପ୍ରମିଳା ମାଝି ଓ କଲେଜ ଅଧ୍ୟାପକ, ଡ଼ଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ ।