ବୀରମିତ୍ରପୁର: ନୂଆଗାଁ ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତର କବିବସ୍ତିର ମାହାରଙ୍ଗାଟୋଲିରେ ନାଗସାପକୁ ଉଦ୍ଧାର କରି ଦିଆଗଲା ବନବିଭାଗକୁ ଖବର।
ନୂଆଗାଁ ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତର କବିବସ୍ତିର ମାହାରଙ୍ଗାଟୋଲିରେ ଥିବା ଭାଉ ଗଂଝୁଙ୍କ ଘରେ ସାପଟିଏ ପଶିଥିଲା।ଏହି ଖବର ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଦେବାପରେ ବାରାଣ୍ଡରୁ ସାପଟିକୁ ଉଦ୍ଧାର କରିଥିଲେ।ଏହି ସାପଟି ନାଗସାପ ଓ ଲମ୍ବା ପ୍ରାୟ ୫ଫୁଟ ବୋଲି ଜଣାପଡିଛି।ସାପଟିକୁ ଉଦ୍ଧାର ପରେ ବନବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି।