ଠିକାଦାର ଠାରୁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଗତ କାଲି ଭିଜିଲାନ୍ସ ହାତରେ ଧରାପଡିଲେ ଏଡିଇଓ ଅମରବର ମଲିକ୍। ଆଜି ସଂନ୍ଧ୍ୟା 5 ଟାରେ କୋର୍ଟ ଚାଲାଣ କରିଛି ଜୟପୁର ଭିଜିଲାନ୍ସ l ତାଙ୍କ ଜାମିନ ଖାରଜ କରି ଜେଲ ହାଜତ କୁ ପଠାଇ ଦେଇଛନ୍ତି କୋର୍ଟ l କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ୍ ବଦାପୁଟ ପଞ୍ଚାୟତରେ କାର୍ଯ୍ୟ କରୁଥିଲେ ଏଡିଇଓ ଅମରବର ମଲିକ୍ l ଏମଜିଏନଆରଜିଏସ ଯୋଜନାରେ କାମର କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ୍ କରିଥିଲା ଭିଜିଲାନ୍ସ l