ଦେବଗଡ: ରିଆମାଳ ବନାଂଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ
ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳର ବିଭିନ୍ନ ସ୍ଥାନରେ ସୋମବାର ହାତୀ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ସୋମାବାର ସମୁଦାୟ ୭୩ ଟି ହାତୀ ରିଆମାଳ ବନାଂଚଳରେ ରହିଥିବା ବେଳେ ଉପଦ୍ରବ ଜାରି ରହିଥିବା ନେଇ ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି ।ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ସ୍ଥାନରେ ଏକଡ ଏକଡ ଧାନ ଫସଲ ନଷ୍ଟ ହେଉଛି । ସୋମବାର ଦିନ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ସନ୍ଧ୍ୟା ପରେ ଜଙ୍ଗଲରେ ଥିବା ହାତୀ ପଲ ଜନବସତୀ ମୁହାଁ ହେଉଥିବା ଜଣାପଡିଛି ।