ଝାରସୁଗୁଡା: ଅତାବିରା ସାହୁପଡା ଗାଁ ରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରି ସୁନା ଗହଣା ଲୁଟି ନେଲେ ଦୁର୍ବୁତ୍ତ
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ସାହୁପଡା ଗାଁ ରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରି ସୁନା ଗହଣା ଲୁଟି ନେଲେ ଦୁର୍ବୁତ୍ତ l ମୃତ ବୃଦ୍ଧା ଜଣକ ଲୋପାମୁଦ୍ରା ସାହୁ l ଘରେ ବୃଦ୍ଧା ଜଣକ ଏକା ଥିବାବେଳେ କିଛି ଦୁର୍ବୁତ୍ତ ବୃଦ୍ଧାଙ୍କୁ ହତ୍ୟା କରି ସୁନା ଚେନ ଲୁଟି ନେଇଛନ୍ତି l ଖବର ପାଇ ଝାରସୁଗୁଡା ଏସପି ଙ୍କ ସହ ରେଙ୍ଗାଲି ପୋଲିସ, ସାଇଣ୍ଟିଫିକ ଟିମ, ଡଗ ସ୍କୁଆଡ଼ ଆଜି ସୋମବାର ରାତି ୮ ଟା ୩୦ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l