ଜଗତସିଂହପୁର: ଆଳିପିଙ୍ଗଳ ନିକଟରେ ବାଇକ ଚୋରିକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ ଓ ଆକ୍ରମଣ, ଥାନାରେ ଅଭିଯୋଗ
ଆଳିପିଙ୍ଗଳ ନିକଟରେ ବାଇକ ଚୋରିକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ ଓ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଶନିବାର ଚଢେଇଗାଁର ବରଦା ପ୍ରସାଦ ଆଚାର୍ଯ୍ୟ ଆଳିପିଙ୍ଗଳ ମଦ ଦୋକାନ ସମ୍ମୁଖରୁ ନିଜ ବାଇକ ଭାବି ଭୁଲବଶତଃ ମଦ ଦୋକାନର ଜଣେ କର୍ମଚାରୀଙ୍କର ବାଇକକୁ ନେଇ ଆସିଥିଲେ । ପରେ ମଦ ଦୋକାନର କର୍ମଚାରୀ ଓ ସାଥୀମାନେ ତାଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ନେଇ ବରଦା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।