କୁଚିଣ୍ଡା: କେନମାଲ ରେ ଘର ଦ୍ଵାର ଭାଙ୍ଗି ଧାନ ଖାଇ ଦେଲା ଦନ୍ତା ହାତୀ
କେନମାଲ ଗ୍ରାମ କୁ ବଣୁଆ ହାତୀ ପସି ଯାଇ ଘର ଦ୍ବାର ଭାଙ୍ଗି ଧାନ ଖାଇ ଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କବରିବାହାଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗତ ୨ ଦିନ ହେବ ଏକ ୨୩ ଟିକିଆ ହାତୀ ପଲ ଘୁରି ବୁଲୁଥିବା ଦେଖାଇଛି। ହେଲେ ଉକ୍ତ ହାତୀ ପଲ ଶନିବାର ରାତି ପ୍ରାୟ ୧୦ ଟା ସମୟରେ କେନମାଲ ଗ୍ରାମକୁ ପଶି ଆସି ମାରିୟାନୁସ ଖଡ଼ିଆ, ବିଷ୍ଣୁ ମାଝୀ ଓ ମଙ୍ଗଲୁ ନାଏକଙ୍କ ଘର କାନ୍ଥ ଭାଙ୍ଗି ଘରେ ଥିବା ଧାନ ଖାଇ ଦେଇଥିବା ସୂଚନା ରହିଛି। ବଣୁଆ ହାତୀଙ୍କ ଉପସ୍ଥିତି ନେଇ ଗ୍ରାମବାସୀ ଭୟଭୀତ ରହିଛନ୍ତି।