ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଶୁକ୍ରବାର ସନ୍ଧ୍ୟା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷ ଠାରେ ମଣ୍ଡେଇ ମହୋତ୍ସବ ୨୦୨୫ ସାଂସ୍କୃତିକ ଦଳ ଚୟନ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଣ୍ଡେଇ ୨୦୨୫ ର ମୁଖ୍ୟ ଉତ୍ସବ ତା.୧୨.୧୨.୨୦୨୫ ରୁ ତା.୧୪.୧୨.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା କରାଯାଇଥିଲା।