ନବରଙ୍ଗପୁର ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଅଷ୍ଟ ପ୍ରହରୀ ନାମଯଜ୍ଞର ଶୁଭାରମ୍ଭ। ଆଜି ନବରଙ୍ଗପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ରାଜ ପୁରହିତ ଶ୍ରୀ ନରସିଂହ ତ୍ରିପାଠୀଙ୍କ ତତ୍ୱାବଧାନରେ ପବିତ୍ର ଅଷ୍ଟ ପ୍ରହରୀ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ରାଜ ପୁରହିତଙ୍କ ଦ୍ଵାର ଦ୍ବୀପ ପ୍ରଜ୍ଜ୍ୱଳନ କରାଯାଇ ଅଷ୍ଟ ପ୍ରହରୀ ନାମଯଜ୍ଞର ପୂଜାକାର୍ଯ୍ୟ ଏବଂ ସଂକୀର୍ତ୍ତନ ଆରମ୍ଭ କରାଯାଇଥିଲା । ଏହି ଅଷ୍ଟ ପ୍ରହରୀ ନାମଯଜ୍ଞ ପୂଜକ ସଞ୍ଜୟ ତ୍ରିପାଠୀ, ସୁଧାକର ପାଢ଼ୀ, ସୁମିତ ପାଳ, ଅଶୋକ ତ୍ରିପାଠୀ, ନିଯୋଗ କମିଟର ସଦସ୍ୟ କୁନା ପାତ୍ର, ଦୁର୍ଗା ତ୍ରିପାଠୀପ୍ରମୁଖ ପରିଚାଳନା କରୁଛନ୍ତି