ଜମନକିରା: ବଡରମା ବନ ବିଭାଗ ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀଙ୍କ ଉପଦ୍ରବ
ଜମନକିରା ବ୍ଲକ ବଡରମା ବନ ବିଭାଗ ରେଞ୍ଜ ଅଧିନସ୍ଥ ବିଭିନ୍ନ ଗ୍ରାମରେ ଏକ ଦନ୍ତା ହାତୀ ଉପଦ୍ରଵ କରୁଥିବା ବେଳେ ଉକ୍ତ ହାତୀ ଲୋକଙ୍କ ଘର ପାଖରେ ବୁଲୁଥିବା ରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଅନ୍ୟ ପଟେ ସମ୍ପୃକ୍ତ ଦନ୍ତା ହାତୀ ଜଣେ ବ୍ୟକ୍ତିଙ୍କ ଘର ବାଡ଼ି ପଟେ ବୁଲୁଥିବା ଏକ ଭିଡିଓ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଏସମ୍ପର୍କିତ ସୂଚନା ପାଇବା ପରେ ବନ ବିଭାଗ ମଧ୍ୟ ହାତୀ ଘୋଉଡାଉ ଥିବା ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।